ବୋଲ ମାନୁନାହାଁନ୍ତି ସୁରଭାଇ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କୋଭିଡ ଆକ୍ରାନ୍ତ ହେବା ପରେ ବି କୋଭିଡ ନିୟମ ମାନୁନାହାଁନ୍ତି । କୋଭିଡ ପଜିଟିଭ୍ ରିପୋର୍ଟ ଆସିବା ପରେ ବି ସେ ତାଙ୍କ ଚିରାଚରିତ ଢଙ୍ଗରେ ଆଜି କଂଗ୍ରେସ ଭବନ ଓ ଜୟଦେବ ଭବନ ପାଖକୁ ଆସି ସେ ତାଙ୍କ ଶୁଭେଚ୍ଛୁ ଓ ସାମ୍ବାଦିକ ଭାଇଙ୍କ ସହ ମିଶିଥିଲେ । ଯଦିଓ ସମସ୍ତେ ସୁରଭାଇଙ୍କ ଠାରୁ ଦୂରତା ଅନୁସରଣ କରିଥିଲେ, କିନ୍ତୁ ଦୂରରେ ଥାଇ ସୁରଭାଇଙ୍କ ସହ କଥାବାର୍ତ୍ତା କରିଥିଲେ । ସୁରଭାଇ କହିଲେ, ସେ କାହାକୁ ସଂକ୍ରମିତ କରିବେ ନାହିଁ । ସେଥିପାଇଁ ସେ ଲକ୍ଷେ 22 ହଜାର ଟଙ୍କାର ଏକ ଇଂଜେକ୍ସନ ନେଇଛନ୍ତି । ସୁରଭାଇ କୋଭିଡ ଆକ୍ରାନ୍ତ ହେବା ପରେ ଆଇସୋଲେସନରେ ନ ରହି ବାହାରକୁ ଆସିବା ଏବଂ ବାହାରେ ସମସ୍ତଙ୍କ ସହ ଖୁଲମଖୁଲା ମିଶିବା ସମସ୍ତଙ୍କୁ ଚକିତ କରିଛି । ତେବେ ସୁରଭାଇ କହିଛନ୍ତି, କିଛି ସଂକ୍ରମଣ ହେବ ନାହିଁ, ଆଗକୁ ହରୋକୃଷ୍ଣ ମହତାବଙ୍କ ଜନ୍ମଦିନ ଆଡମ୍ବର ସହକାରେ ପାଳନ ହେବ ।

ସୁରଭାଇ ଆଗରୁ ବି କୋଭିଡ ନିୟମ ମାନୁ ନ ଥିଲେ । ଯେତେବେଳେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଥିଲା, ସେତେବେଳେ ବି ସେ ମାସ୍କ ପିନ୍ଧୁ ନ ଥିଲେ । ଆମକୁ କରୋନା ହେବ ନାହିଁ ବୋଲି ବାହାସ୍ଫୋଟ ମାରୁଥିଲେ ।

କୋଭିଡ ସଂକ୍ରମଣର ତୃତୀୟ ଲହର ଆସୁଥିବାରୁ ସରକାର କଟକଣା ଏବେ ବି ବଳବତ୍ତର ରଖିଛନ୍ତି । ମାତ୍ର ଜଣେ ବରିଷ୍ଠ ବିଧାୟକ ଓ ଲୋକପ୍ରିୟ ନେତା ହୋଇ ବି ସୁରଭାଇଙ୍କ ଅମାନିଆ ଗୁଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

LEAVE A REPLY

Please enter your comment!
Please enter your name here