ଶ୍ରୀକ୍ଷେତ୍ର ପରିକ୍ରମା ଶିଳାନ୍ୟାସରୁ ଫେରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ଅଣ୍ଡାମାଡ ହୋଇଛି । ଡାକ୍ତରଖାନା ଛକ ନିକଟରେ ଅଣ୍ଡା ମାଡ କରିଛନ୍ତି ବିରୋଧୀ । ବ୍ୟାରିକେଡ ବାହାରେ ଛିଡା ହୋଇ କାରକେଡକୁ ଅଣ୍ଡାମାଡ କରିଥିଲେ ବିରୋଧୀ । କେବଳ ଅଣ୍ଡାମାଡ ନୁହେଁ କଳାପତାକା ମଧ୍ୟ ପ୍ରଦର୍ଶନ କରିଥିଲେ ଏବଂ ନବୀନ ଗୋ ବ୍ୟାକ୍ ସ୍ଲୋଗାନ ମଧ୍ୟ ଦେଇଥିଲେ । କଡା ସୁରକ୍ଷା ଏବଂ ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡକୁ ଅଣ୍ଡାମାଡ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣା ପରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ପ୍ରକାଶ କରିଛି । ଯୁବମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟ କହିଛନ୍ତି, କଳଙ୍କିତ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରା ନ ଯିବା ଯାଏଁ ମୁଖ୍ୟମନ୍ତ୍ରୀ ଯୁଆଡେ ଯିବେ, ଆମେ ବିରୋଧ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଆମେ ଅଣ୍ଡାମାଡ କରିଛୁ ବୋଲି ଇରାଶୀଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here