ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଦେଶରେ ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ ହେଲା । ଉଭୟ ପୁଅ ଓ ଝିଅଙ୍କ ବିବାହ ବୟସ ୨୧ ବର୍ଷ ହେଲା । ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସମସ୍ତ ଧର୍ମ ଓ ବର୍ଗ ପାଇଁ ଲାଗୁ ହେବ । ୧୯୭୮ରେ ବିବାହ ଆଇନରେ ପରିବର୍ତନ ହୋଇଥିଲା । ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ହୋଇଥିଲା । ୟୁନିସେଫର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଝିଅ ୧୮ ବର୍ଷରୁ କମ୍ ବୟସରେ ବିବାହ ହେଉଛି ।

LEAVE A REPLY

Please enter your comment!
Please enter your name here