ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ସକାଳ ୯ଟା୩୦ରେ ଭୁବନେଶ୍ୱରରେ ପରଲୋକ ହୋଇଥିବା ନେଇ ଝିଅ ଅନୀତା ସୂଚନା ଦେଇଛନ୍ତି । ୮୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମ ପାଳିରେ ୨୦୦୦ରୁ ୨୦୦୨ ଯାଏଁ ଅର୍ଥମନ୍ତ୍ରୀ ଥିଲେ । ସେ ୬ଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୭୧, ୧୯୭୭,୧୯୮୫, ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ରାଜ୍ୟ ବିଧାନସଭାକୁ ଜିତିଥିଲେ । ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇଥିଲେ । ତେବେ ପ୍ରଥମ ଥର ବିଧାୟକ ହୋଇ ୧୯୭୧ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ଜାନକୀ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

LEAVE A REPLY

Please enter your comment!
Please enter your name here