ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା, ଗଜପତି, କଟକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଏହି ୬ ମୃତକଙ୍କ ମଧ୍ୟରେ ୫ ପୁରୁଷ ଓ ଜଣେ ମହିଳା ରହିଛନ୍ତି । କେନ୍ଦ୍ରାପଡାର ୬୩ ବର୍ଷୀୟ, ଗଜପତିର ୬୮ ବର୍ଷୀୟ ବୟସ୍କ ବ୍ୟକ୍ତି ଆଖି ବୁଜିଛନ୍ତି । ଜଗତସିଂହପୁରର ୫୮, ଖୋର୍ଦ୍ଧାର୭୫, ରାୟଗଡାର ୭୪ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । କଟକ ଜିଲ୍ଲାର ମୃତକ ୨୬ ବର୍ଷୀୟ ମହିଳା । ଆଜି ୬ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଡେଇଁଲା । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।
ଆଜି ରାଜ୍ୟର ୨୩ ଜିଲ୍ଲାରୁ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ । ୬୪୭ ମଧ୍ୟରୁ କ୍ୱାରେଣ୍ଟିନରୁ ୪୩୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୧୬ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୨,୯୦୯ ଏବଂ ଆକ୍ଟିଭ୍ କେସ୍ ରହିଛି୫୭୧୫ । ସବୁଦିନ ପରି ଅଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୨୫ , କଟକରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୬୮, ରାୟଗଡା-୪୭, ବାଲେଶ୍ୱର-୪୦, ଅନୁଗୁଳ-୩୭, କୋରାପୁଟ-୨୮, ସୁନ୍ଦରଗଡ-୨୨, କେନ୍ଦ୍ରାପଡା-୧୩, ଭଦ୍ରକରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ, ମାଲକାନଗିରି ଓ ସମ୍ବଲପୁରରୁ ୧୦ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି । କେନ୍ଦୁଝର-୮, ଜଗତସିଂହପୁର-୭, କନ୍ଧମାଳ ଓ ବଲାଙ୍ଗୀରରୁ ୫ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ ଓ ନୟାଗଡରୁ ୪ ଲେଖାଏଁ , ମୟୂରଭଞ୍ଜରୁ ୩, ଯାଜପୁର ଓ ନବରଙ୍ଗପୁରରୁ ୨ ଲେଖାଏଁ , ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here