ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଏହି ଅବସରରେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଦିଲ୍ଲୀର ଆକବର ରୋଡ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନବେଳେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଦଳର ଅନ୍ତରୀଣ ଅଧକ୍ଷ୍ୟା ସୋନିଆ ଗାନ୍ଧୀ କଂଗ୍ରେସ ପତାକା ଉତ୍ତୋଳନ କରୁଥିବାବେଳେ ହଠାତ ପତାକା ଛିଡି ଯାଇଥିଲା । ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ ପାଇଁ ରଶି ଧରି ଉଦ୍ୟମ କରିବା ବେଳେ ତାଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଜୋରରେ ରଶି ଟାଣି ଦେଇଥିଲେ । ତେଣୁ ଉପରୁ ପୂରା ପତାକା ଖସି ପଡ଼ିଥିଲା ଏହି ପତାକା ସୋନିଆ ଗାନ୍ଧିଙ୍କ ହାତରେ ପଡ଼ିଥିଲା । ହେଲେ ପତାକା ଭୂମିରେ ନପଡ଼ି ସୋନିଆଙ୍କ ହାତ ଉପରେ ରହିଯାଇଥିଲା । ତେବେ ବର୍ତ୍ତମାନ ପତାକା ଉତ୍ତୋଳନ କରିବା ପୂର୍ବରୁ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି ।