Home News Odisha ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ NewsOdishaTrending News ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ By Takshak Bureau - September 3, 2018 214 0 Facebook Twitter Google+ Pinterest WhatsApp ସି-ସୋର ଚିଟଫଣ୍ଡ ଲିଙ୍କ୍ ରେ ସଂପୃକ୍ତ ଥିବା ଶୁଭଙ୍କର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କରଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ମାଡ ମାରିଥିବା ଅଭିଯୋଗରେ ରବିବାର ରାତିରେ ଶୁଭଙ୍କରକୁ ଗିରଫ କରିଛି ପୋଲିସ । ମହିଳା ଜଣକ ଖାରବେଳ ନଗର ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଶୁଭଙ୍କରଙ୍କୁ ଭୁବନେଶ୍ୱର ରେଳଷ୍ଟସନ ନିକଟରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରେ ପହଂଚି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଥିଲା । ୨୦୧୪ ନଭେମ୍ବର ୧୮ ତାରିଖରେ ସି-ସୋର ଚିଟଫଣ୍ଡ ଲିଙ୍କରେ ଶୁଭଙ୍କରକୁ ଗିରଫ କରିଥିଲା ସିବିଆଇ । ଗତ ୨୦୧୭ ଅଗଷ୍ଟ ୧ରେ ହାଇକୋର୍ଟରୁ ଜାମିନ ପାଇଥିଲେ ଶୁଭଙ୍କର । ବର୍ତ୍ତମାନ ଆସିଥିବା ଅଭିଯୋଗ କ୍ରମେ ଘଟଣାର ଯାଞ୍ଚ କରୁଛି ପୋଲିସ । RELATED ARTICLESMORE FROM AUTHOR Big Story ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ Big Story ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...