ସାତରଙ୍ଗୀ ଆଲୋକମାଳା, ଆତସବାଜୀ ସହ ରବିବାର ଅଷ୍ଟମ ଏସିଆନ ଗେମ୍ସ ଉଦଯାପିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମାହୋଲ ଭିତରେ ଖେଳାଳୀମାନେ ଜାକର୍ତ୍ତାକୁ ବିଦାୟ ଦେଇଛନ୍ତି । ଇଣ୍ଡୋନେସିଆରେ ଜାତୀୟ ସଙ୍ଗୀତ ଗାନ ସହ ଉଦଯାପନୀ ସମାରୋହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ଭାରତୀୟ ଗାୟକ ସିଦ୍ଧାର୍ଥ ସ୍ଲାଥିଆ , ଦେନାଦାଙ୍କ କୁଛ କୁଛ ହୋତାୟେ ଓ କୋଇ ମିଲିଗେୟା ଗୀତରେ ସମସ୍ତେ ଝୁମି ଉଠିଥିଲେ । ତେବେ ୧୮ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୁମ୍ଭରେ ୪୫ଟି ଦେଶର ୧୧,୩୦୦ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ୪୦ଟି ବିଭାଗରେ ୪୬୫ଟି ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଭାରତ ୬୯ଟି ପଦକ ହାସଲ କରି ନିଜ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏଥିରେ ରହିଛି ୧୫ଟି ସ୍ୱର୍ଣ୍ଣ , ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ । ଏସିଆନ ଗେମ୍ସରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଏସିଆ ଅଲମ୍ପିକ କାଉନସିଏ ଅଧ୍ୟକ୍ଷ ଶେଖ ଅହମ୍ମଦ ଅଲ୍ ଫହାଦ ଅଲ୍ ସବାହ ଏସିଆନ ଗେମ୍ସର ଉଦଯାପନ ନେଇ ବିଧିବଧ ଭାବେ ଘୋଷଣା କରିଥିଲେ ।
୧୯ତମ ଏସିଆନ ଗେମ୍ସ ଚୀନର ହୱାଙ୍ଗଜୁ ସହରରେ ଅନୁଷ୍ଠିତ ହେବ । ସେଠାରେ ୨୦୨୨ ମସିହା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ୨୦୨୨ରେ ପ୍ରଥମ ଥର ପାଇଁ ଭିଡିଓ ଗେମ ଦକ୍ଷତାକୁ ନେଇ ‘ଇସ୍ଫୋର୍ଟସ’ନାମରେ ଏକ ନୂଆ ଖେଳ ସ୍ଥାନ ପାଇବ । ଏହି ଖେଳକୁ ନେଇ ସମସ୍ତେ ଉସôାହିତ ଅଛନ୍ତି ।
ତେବେ ଚଳିତ ବର୍ଷ ଏସିଆନ ଗେମ୍ସରେ ଭାରତ ଅଷ୍ଟମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଗତଥର ଭଳି ଏଥର ମଧ୍ୟ ଚିନ୍ (୧୩୨ ସ୍ୱର୍ଣ୍ଣ , ୯୨ ରୌପ୍ୟ, ୬୫ କାଂସ୍ୟ) ପ୍ରଥମ ସ୍ଥାନ ଅକ୍ତିଆର କରିନେଇଛି । ସେହିପରି ଜାପାନ ଦ୍ୱତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ କୋରିଆ ତୃତୀୟ ସ୍ଥାନ ହାଲ କରିଛି ।

LEAVE A REPLY

Please enter your comment!
Please enter your name here