ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଙ୍କ୍ରମଣ । ପାଖାପାଖି ଲକ୍ଷେ ଛୁଇଁଲାଣି । ଗତ ୨୪ ଘଣ୍ଟା ଭିତରେ କରୋନା ସଙ୍କ୍ରମଣ ୯୦ ହଜାର ୯୨୮ ଜଣ ସଙ୍କ୍ରମିତ ହୋଇଛନ୍ତି । ଗତକାଲି ତୁଳନାରେ ଏହା ଢେର ଅଧିକ । ଗତକାଲି ୫୮ ହଜାର ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କାଲି ତୁଳନାରେ ୫୬ ଦଶମିକ ୫ ପ୍ରତିଶତ ବଢିଛି ସଙ୍କ୍ରମିତଙ୍କ ସଂଖ୍ୟା । ଦିଲ୍ଲୀ ଏବଂ ମହରାଷ୍ଟ୍ରରେ ସବୁଠାରୁ ଅଧିକ ସଙ୍କ୍ରମିତ ଚିହ୍ନଟ ହେଉଛନ୍ତି । ଦ୍ରୁତ ଗତିରେ କରୋନା ସଙ୍କ୍ରମଣ ମାଡି ଚାଲିଛି । ତୃତୀୟ ଲହର ଦେଶରେ ଆସିସାରିଛି ବୋଲି ଆଶଙ୍କା ପ୍ରକାଶ ପାଉଛି । ସେହିପରି ଗତ ୨୪ ଘଣ୍ଟାରେ ୩୨୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୦୧ ରହିଛି ।

LEAVE A REPLY

Please enter your comment!
Please enter your name here