ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ କରୋନା ପଜିଟିଭ୍ ଚିହ୍ନଟ । ହସ୍ପିଟାଲର ୩ ଜଣ କର୍ମଚାରୀ ପଜିଟିଭ୍ ହୋଇଥିବା ନେଇ ସୂଚନା ରହିଛି । ଜଣେ ଡାକ୍ତର , ଜଣେ ଫାର୍ମାସିଷ୍ଟ ଓ ଜଣେ ମ୍ୟାନେଜର ପଜିଟିଭ୍ ହୋଇଥିବା ନେଇ ଜଣାପଡିଛି । ଚିହ୍ନଟ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୨୬୨ ଏବଂ କଟକରୁ ୧୪୮, ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦ ନୂଆ କେସ୍ ସାମ୍ନାକୁ ଆସିଛି । ୧୮ ବର୍ଷ ମଧ୍ୟରେ ୨୫୮ ଆକ୍ରାନ୍ତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here