ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖ ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀବାସୀ ଶବ ସଂସ୍କାର କରିବେ । ଏହି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ସେ କହିଛନ୍ତି, ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ି ଚାଲିଛି। କାହାକୁ କୋଭିଡ୍ ହୋଇଛି ବା କାହାକୁ କୋଭିଡ୍ ହୋଇନି ଜାଣିବା ମୁସ୍କିଲ୍‌। ପୁଣି ସ୍ୱର୍ଗଦ୍ୱାରର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସୋମବାର ଠାରୁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାରେ ଯେଉଁମାନଙ୍କର ମୃତ୍ୟୁ ଘଟିଥିବ ସେମାନଙ୍କ ଶବକୁ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ପରିଚୟ ପତ୍ର ଦେଖାଇବାକୁ ହେବ। ତା’ସହିତ ମୃତ ବ୍ୟକ୍ତିଙ୍କୁ କୋଭିଡ୍ ହୋଇ ନଥିବା ନେଇ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here