ଓଡିଶାର ବରଗଡ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ବିଦର୍ଭ ପର୍ଯ୍ୟନ୍ତ ଯେଉଁଆଡେ ଦେଖିଲେ ଖାଲି କୃଷକଙ୍କ ଆତ୍ମହତ୍ୟା.ଋଣ କରି କରିଥିବା ଚାଷରେ ଫସଲ ଭଲ ନ ହେବାରୁ ଋଣକୁ କିପରି ସୁଝିବେ ଚିନ୍ତା କରି ବାଧ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି ଚାଷୀ. ତେବେ ଚାଷୀ ମାନଙ୍କ ଆତ୍ମହତ୍ୟା କୁ ରୋକିବା ପାଇଁ 3 ଜଣ ଛାତ୍ରୀ ଏକ ଚ୍ୟବନପ୍ରାସ ପ୍ରସ୍ତୁତ କରିଛନ୍ତି ଯାହାର ନାମ ମିଟ୍ଟି ଚ୍ୟବନପ୍ରାସ. ଡିପି ବିପ୍ର କଲେଜ ଓ ଭାରତ ମାତା କଲେଜର 3 ଜଣ ଛାତ୍ରୀ ଲିମ୍ବ, ଧତୁରେ,ହଳଦି ଓ ଜିଙ୍କକୁ ପ୍ରୟୋଗ କରି ମିଟ୍ଟି ଚ୍ୟବନପ୍ରାସ ପ୍ରସ୍ତୁତ କରିଛନ୍ତି. ଏହାକୁ ପ୍ରୟୋଗ କଲେ ମାଟିର ଉର୍ବରତା ବଢିବା ସହ ଫସଲ ବଢିପାରିବ ବୋଲି ସେମାନେ କହିଛନ୍ତି . ତେବେ ଗୋଟିଏ ଏକର ଜମିରେ ପ୍ରାୟ 10 କିଲୋ ଚ୍ୟବନପ୍ରାସ ଦରକାର. ଫସଲ ନଷ୍ଟ ହେବାରୁ କୃଷକମାନେ ବାରମ୍ବାର ଆତ୍ମହତ୍ୟା କରୁଥିବା ସେମାନେ ଟିଭିରେ ଦେଖିବାକୁ ପାଇଥିଲେ. ତିନି ଜଣ ଗୋଟିଏ ଦିନ ବସି ଚିନ୍ତା କଲେ କି ଆମକୁ ଯିଏ ଅନ୍ନ ଯୋଗାଉଛି ଓ ଦେଶ ପାଇଁ ଯିଏ ଦିନରାତି ପରିଶ୍ରମ କରି ଖାଦ୍ୟ ପୋଷଣ କରୁଛି, ସେ କାହିଁକି ଆତ୍ମହତ୍ୟା କରୁଛି. ଏହାକୁ ରୋକିବା ପାଇଁ ସେମାନେ ଦୃଢ ନିଷ୍ପତି ନେଲେ. ତା ପରେ ଗୁଗୁଲ ଓ ଇଣଣ୍ଟରନେଟରୁ ମାଟିର ଉର୍ବରତା ବଢାଉଥିବା ଉପାଦାନ ବିଷୟରେ ଅଧିକ ସୂଚନା ପାଇବା ପରେ ମିଳିଥିବା ଉପାଦାନକୁ ଏକାଠି କଲେ. 3 ମାସ ପରେ ସେ ଏହାକୁ ପ୍ରସ୍ତୁତ କରି ନିଜେ ପରୀକ୍ଷା କରିଥିଲେ . ତା ପରେ ସେମାନେ ଏହାକୁ ଅହମ୍ମଦାବାଦର ଆଇଆଇଏଫକୁ ପଠାଇଦେଲେ.ଯେଉଁଥିପାଇଁ ସେମାନଙ୍କୁ ସ୍କୁଲ କଲେଜରେ ଶିକ୍ଷକ ଓ ପ୍ରଫେସରମାନେ ବହୁତ ପ୍ରଂଶସା କରିଛନ୍ତି.