ଯିଏ ବେପାର କରୁଛି, ସିଏ ଡିଲ୍ କରୁଛି । ସବୁ ଡିଲ୍ ସଂପର୍କରେ ତଥ୍ୟ ରହିଛି । ଠିକଣା ସମୟରେ ଡିଲ୍ ତଥ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ନ ଦେବା ପ୍ରସଙ୍ଗରେ ଆଜି ନିଜର ଅସନ୍ତୋଷ ଜାହିର କରିଛନ୍ତି ପ୍ରସାଦ ହରିଚନ୍ଦନ । ଦଳୀୟ ପ୍ରାର୍ଥୀ ଦେବା ପିସିସି ସଭାପତିଙ୍କ ପ୍ରାଧିକୃତ ଏବଂ କଣ ପାଇଁ ସତ୍ୟବାଦୀରେ କଂଗ୍ରେସ ପ୍ରାର୍ଥୀ ଦିଆଗଲାନାହିଁ, ତାର ଉତ୍ତର ପିସିସି ସଭାପତି ରଖିବା କଥା । ବେପାର ପାଇଁ ପିସିସି ସଭାପତି ଡିଲ୍ କରୁଛନ୍ତି ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ପ୍ରସାଦ । ଦଳର ସବୁ ନେତା ଏକାଠି ହୋଇ ନିର୍ବାଚନ ଲଢିବା କଥା, କିନ୍ତୁ ଦଳ ଭିତରେ ଯାହା ଚାଲିଛି, ସେଥିରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କହୁ କହୁ ଭାବବିହ୍ବଳ ହୋଇ କାନ୍ଦି ପକାଇଛନ୍ତି ପ୍ରସାଦ । ଏପରିକି ସେ ଆସନ୍ତା 2024ରେ ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here