ଲିଙ୍ଗରାଜଙ୍କ ଜମିରେ ଚାଲିଥିଲା ନିର୍ମାଣ କାମ । ବୋର୍ଡ ଅଫ ରେଭିନ୍ୟୁରେ ଏ ସଂପର୍କିତ ଏକ ମାମଲା ଚାଲିଥିବା ବେଳେ ବିବାଦୀୟ ଜମିରେ ଏକ ଘରୋଇ ସଂସ୍ଥା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଆଜି ପ୍ରଶାସନ କାମ ବନ୍ଦ କରିଛି । ଏଥିସହିତ ବୋର୍ଡ ଅଫ ରୋଭିନ୍ୟୁଙ୍କ ନିର୍ଦ୍ଦେଶରେ ପ୍ରଶାସନ କାମ ବନ୍ଦ କରିବା ସହ କାର୍ଯ୍ୟରେ ନିୟୋଜିତ କଣ୍ଟେନରକୁ ମଧ୍ୟ ସିଲ୍ କରିଛି । ତହସିଲଦାର ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇ ନାଲି ପତାକା ପୋତି କାର୍ଯ୍ୟ ବନ୍ଦ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଲିଙ୍ଗରାଜଙ୍କ ଏକର ଏକର ଜମି ଜବରଦଖଲରେ ଥିବାରୁ ତାର ଉଦ୍ଧାର କରିବାକୁ ଦାବି କରାଯାଇଛି । ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ସଂପତ୍ତି ଏ ସରକାରରେ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।