ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି । ମାନସ ସ୍ବାଇଁଙ୍କୁ ଅପହରଣ କରିବା ଓ ହତ୍ୟା କରିବା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ଥିଲେ ବୋଲି ପୋଲିସ କହିଛି । ଭଦ୍ରକ ଏଏସପି ଯତୀନ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ମାନସଙ୍କୁ ଅପହରଣ ପରେ ତାଙ୍କୁ ଦୟାଲ ଆଶ୍ରମକୁ ନିଆଯାଇଥିଲା ଏବଂ ସେଠାରେ ନିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ନିରଞ୍ଜନ ମାନସଙ୍କୁ ମାଡ ମାରିଥିବା ପ୍ରମାଣ ମଧ୍ୟ ପୋଲିସକୁ ମିଳିଛି ବୋଲି ଏଏସପି କହିଛନ୍ତି । ମାନସଙ୍କୁ ଅପହରଣ କରିବା, ମାଡ ମାରିବା, ହତ୍ୟା କରିବା ଏବଂ ମୃତଦେହକୁ ନଷ୍ଟ କରିବା କ୍ଷେତ୍ରରେ ନିରଞ୍ଜନ ସେଠୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଏପର୍ଯ୍ୟନ୍ତ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିସାରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଂପୂର୍ଣ୍ଣା ଓ୍ବେବ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତରାୟଙ୍କୁ ଏଯାଏଁ ପୋଲିସ ଗିରଫ କରିପାରିନି । ତେବେ ଏକ ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ମାତ୍ର ଚିପ୍ ରେ କଣ ଥିଲା ଏବଂ ସେ ଚିପ୍ କାହା ପାଖରେ ରହିଛି, ପୋଲିସ ତଦନ୍ତ କରୁଛି ବୋଲି ଏଏସପି କହିଛନ୍ତି ।

ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ବହୁ ପ୍ରଭାବଶାଳୀ ପ୍ରଶାସକ, ରାଜନେତା ସଂପୃକ୍ତ ଥିବା ଆଶଙ୍କା କରାଯାଉଛି । ଯେଉଁ ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି, ସେହି ଚିପରେ ଏମିତି କଣ ଥିଲା ଯେ, ମାନସଙ୍କୁ ହତ୍ୟାର ଶୀକାର ହେବାକୁ ପଡିଲା । ସନ୍ଦେହ କରାଯାଉଛି, କିଛି ଅଶ୍ଳୀଳ ଭିଡିଓ ଚିପ୍ ମଧ୍ୟରେ ରହିଥିଲା ଏବଂ ହୁଏତ ଅଶ୍ଳୀଳ ଭିଡିଓରେ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତ ଥିବାରୁ ମାନସକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here