ଫୁଲବାଣୀ : (ନିବେଦିତା ଖାଡଙ୍ଗା)
ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଉତ୍ତେଜନା । ଥାନା ଆଗରେ ମୃତ ଦେହ ରଖି ଗ୍ରାମଵାସୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଲୋକଙ୍କୁ ଘଉଡାଇବାକୁ ଯାଇ ମୃଦ୍ୟୁ ଲାଠିଚାଳନା କରିଛି ପୋଲିସ ।

ଗଞ୍ଜେଇ ଚୋରାଚାଲାଣ ମାମଲାରେ ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ଜଣକ ହେଲେ ପହିରାଜୁ ଗ୍ରାମର କୁମୁଦ କହଁର । ଗୋଛପଡା ପୋଲିସ ପହିରାଜୁ ପଂଚାୟତର କିଛି ଗ୍ରାମରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲ। l ଗ୍ରାମବାସୀଙ୍କ ଅଭିଯୋଗ, ଯେଉଁ ଲୋକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତା ଘରୁ ଗଞ୍ଜେଇ ଜବତ ହୋଇନାହି । ପୋଲିସ ସବୁ ସମୟରେ ନିରୀହ ଆଦିବାସୀ ଲୋକଙ୍କୁ ହଇରାଣ ହରକତ କରିବା ସହ ମିଛ ଗଞ୍ଜେଇ ମାମଲାରେ ମାଡ ମାରି ଜୋର ଜବରଦସ୍ତ ଜେଲ ପଠାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଂଚଳରେ ଜନ ଅସନ୍ତୋଷ ଦେଖାଦେଇଛି l ଗ୍ରାମବାସୀ ଥାନା ଘେରାଉ କରିଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗୋଛlପଡ଼l ଥାନା ରେ ରହି ସଦର ଏସ ଡି ପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଡି ଏସ ପି କେ ପି ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି l ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳ ବାସୀ ନିନ୍ଦା କରିବା ସହ ଗୋଛlପଡ଼l ଥାନା ଅଧିକାରୀ ଙ୍କ ନିଲମ୍ବନ ଓ ମୃତକଙ୍କ ପରିବାର ଲୋକଙ୍କୁ କୋଡିଏ ଲକ୍ଷ୍ ଟଙ୍କା କ୍ଷତି ପୂରଣ ଦେବାପାଇଁ ଦାବୀ କରୁଛନ୍ତି l ସମ୍ପୃକ୍ତ ଅଂଚଳରେ ଉତେଜନା ଲାଗିରହିଛି l

LEAVE A REPLY

Please enter your comment!
Please enter your name here