ଦିନକୁ ଦିନ ଶ୍ରୀଲଙ୍କା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ଦେଶବାସୀ । ଲୋକଙ୍କ ପାଖରେ ଖାଦ୍ୟ ନାହିଁ । ରୋଗୀଙ୍କ ପାଇଁ ଔଷଧ ନାହିଁ । ଗାଡି ଚଲାଇବା ପାଇଁ ପେଟ୍ରୋଲ, ଡିଜେଲ ନାହିଁ । ଏଭଳି ସ୍ଥିତିରେ ଦେଶର ଅର୍ଥନୈତିକ ସଂକଟକୁ ଏଡାଇବା ଦିଗରେ ବିଫଳ ହୋଇଛନ୍ତି ସରକାର । ସମଗ୍ର ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସରକାର ଆନ୍ଦୋଳନ ଦମନ ପାଇଁ କର୍ଫ୍ୟୁ ଜାରି କରିଛନ୍ତି । ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଆନ୍ଦୋଳନ ଦମନ କରିବା ପାଇଁ ପୋଲିସକୁ ବ୍ୟବହାର କରୁଛନ୍ତି । ହଜାର ହଜାର ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରୁଛି । ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ବଢୁଥିବା ବେଳେ ରବିବାର ରାତିରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିରୋଧୀ ରାଷ୍ଟ୍ରପତି ରାଜପକ୍ସାଙ୍କ ଇସ୍ତଫା ଦାବି କରୁଥିବା ବେଳେ ସରକାରରେ ସାମିଲ ହୋଇ ସମାଧାନର ବାଟ କାଢିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ରାଜପକ୍ସା ।

LEAVE A REPLY

Please enter your comment!
Please enter your name here