ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ  । ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଧଉଳି ଏକ୍ସପ୍ରେସ ଟ୍ରେନରେ ଧକ୍କା ହୋଇ ଯୁବକଙ୍କ  ମୃତ୍ୟୁ  ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ସଦର ବ୍ଲକ ପରଖି ଗାଁର ବାସିନ୍ଦା ଗଣେଶ୍ୱର ଜେନା । ଟ୍ରେନ ଲାଇନ ପାରି ହେଉଥିବାବେଳେ ଧଉଳି ଏକ୍ସପ୍ରେସ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here