ରାଫେଲ୍ ଡିଲ୍ ବିବାଦକୁ ନେଇ ସରଗରମ ରାଜନୀତି । ଏହି ବିବାଦ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ । ଡିଲକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ । ଆସନ୍ତା ସପ୍ତାହରେ ଏହି ଆବେଦନର ଶୁଣାଣି ହେବ । ଆଇନଜୀବି ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି ।

କଂଗ୍ରେସ ଏହି ଡିଲକୁ ଏକ ବଡ ଦୁର୍ନୀତି କହିବା ସହ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛି । ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ଭ୍ରମିତ କରୁଥିବା କଥା ଲୋକସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ । ଉପା ସରକାର ସମୟରେ ଯେଉଁ ବିମାନର ଡିଲ୍ କରାଯାଇଥିଲା ସେହି ବିମାନକୁ ମୋଦି ସରକାର ତିନି ଗୁଣା ଅଧିକ ଦାମରେ କିଣିବାକୁ ଡିଲ୍ କରିଛନ୍ତି ବୋଲି ଅଭିଯୋଗ କରି ଆସୁଛି କଂଗ୍ରେସ ।

 

LEAVE A REPLY

Please enter your comment!
Please enter your name here