ସବୁଠୁ ଧନୀ ହାତରେ ଟୁଇଟର । ଟୁଇଟରକୁ କିଣିଛନ୍ତି ଏଲନ ମସ୍କ । ବିଶ୍ୱର ସବୁଠୁ ଧୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । କୋଟି କୋଟି ୟୁଜର୍ସ ଥିବା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ଫ୍ରିଡମ ଅଫ୍ ସ୍ପିଚ୍ ଉପରେ କାର୍ଯ୍ୟ କରିବେ ଏଲନ ମସ୍କ । ବାକ୍ ସ୍ୱାଧୀନତାର ସେ ଜଣେ ଦୃଢ ସମର୍ଥକ । ଟୁଇଟର କିଣିବା ପଛରେ ତାଙ୍କର ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here