କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କୋଭିଡରେ ଅନାଥ ହୋଇଥିବା ପିଲାଙ୍କୁ କେନ୍ଦ୍ର ବିଦ୍ୟାଳୟରେ ମିଳିବ ମାଗଣା ପାଠପଢାର ସୁଯୋଗ । ପିଏମ କେୟାର୍ସ ଅଧିନରେ ପିଲାମାନଙ୍କୁ ସୁଯୋଗ ମିଳିବ । ଜିଲ୍ଲାପାଳ ଦେଇଥିବା ତାଲିକା ଅନୁସାରେ, ପିଲାମାନେ ନାଁ ଲେଖାଇବାର ସୁଯୋଗ ପାଇବେ । ଏହି ଯୋଜନାରେ ଗୋଟିଏ କେନ୍ଦ୍ର ବିଦ୍ୟାଳୟରେ ବର୍ଷକୁ ସର୍ବାଧିକ ୧୦ ଜଣ ପିଲାଙ୍କୁ ନାଁ ଲେଖାଇପାରିବେ । ଏବଂ ଗୋଟିଏ କ୍ଲାସରେ ଦୁଇ ଜଣ ନାଁ ଲେଖାଇପାରିବେ । ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ ଅନାଥ । ଟ୍ୟୁସନ ଫି, କମ୍ପ୍ୟୁଟର ଫଣ୍ଡ ସହ ସବୁ ଫି ଛାଡ କରାଯିବ । ଯେଉଁ ପିଲାମାନଙ୍କର ବାପ ,ମା’ କିମ୍ବା ବାପା ମାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବ ସେମାନେ ସୁବିଧା ପାଇପାରିବେ । ଏଥିସହିତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସାଂସଦ କୋଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି । ଏମପି କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାକୁ ନେଇ ବିବାଦ ହୋଇଥିଲା । ଗତ ଅଧିବେଶନରେ ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା ହୋଇଥିଲା । ବିବାଦ ପରେ କେନ୍ଦ୍ର ସରକାର ସାଂସଦ କୋଟାରେ ନାମ ଲେଖାଇବାକୁ ସ୍ଥଗିତ ରଖିଥିଲେ । ଏହି କୋଟାକୁ ପ୍ରଭାବଶାଳୀ ଲୋକମାନେ ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here