ସୃଷ୍ଟି ହେଲା ବାତ୍ୟା ଆସାନି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ବାତ୍ୟାର ରୂପ ନେଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଆସାନି । ପୁରୀ ଠାରୁ ଦକ୍ଷିଣ , ଦକ୍ଷିଣ ପୂର୍ବ ଦିଗରେ ହଜାରେ ୨୦ କିଲୋମିଟର ଦୂରରେ ଆସାନି କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ଆସାନି । ଆସନ୍ତା ୧୦ ତାରିଖ ବେଳକୁ ଘନୀଭୁତ ହୋଇ ବଙ୍ଗୋପସାଗରରେ ପଶ୍ଚିମରେ କେନ୍ଦ୍ରୀଭୁତ ହେବ । ପରେ ଏହା ଉତ୍ତର , ଉତ୍ତର ପୂର୍ବ ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ବର୍ଷା ସମ୍ଭାବନା ରହିଛି । ୧୦ ସଂଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଞ୍ଜାମ, ଗଜପତି, ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୯ , ୧୦ ଏବଂ ୧୧ ତାରିଖରେ ସମୂଦ୍ର ଅଶାନ୍ତ ରହିବ । ରାଜ୍ୟର ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।