ଆସୁଥିବା ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍ କରିବନି । ୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାବ ଛୁଇଁବନି । ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ବି ଲ୍ୟାଣ୍ଡଫଲ କରିବନି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଚୟ ମହାପାତ୍ର । ବାତ୍ୟା ଲ୍ୟାଣ୍ଡଫଲ ନକରି ସମୂଦ୍ର ଉପରେ ଚାଲିଯିବ । ଗତିପଥ ବଦଳାଇବା ପରେ ଓଡିଶା ଉପକୂଳରୁ ଦୂରେଇ ଯିବ ସମ୍ଭାବ୍ୟ ବାତ୍ୟା । ୯ ଏବଂ ୧୦ରେ ସମୂଦ୍ରରେ ପବନର ବେଗ ୭୦ରୁ ୯୦ କିଲୋମିଟର ରହିବ । ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିଲୋମିଟର ପବନ ବହିପାରେ । ୧୦ ଏବଂ ୧୧ ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ହେବାର ଆକଳନ କରିଛନ୍ତି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here