କେନ୍ଦ୍ର ସରକାରଙ୍କ ଏସସି-ଏସଟି ଆକ୍ଟ ସଂଶୋଧନ ବିରୋଧରେ ବିଭିନ୍ନ ସବର୍ଣ୍ଣ ସଙ୍ଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାରର କେତେକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବିହାର ଆରାରେ ରେଳ ଚଳାଚଳ ବ୍ୟାହତ ହୋଇଥିବାବେଳେ ଆନେ୍ଦାଳନକାରୀ ବିଭିନ୍ନ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମଧ୍ୟପ୍ରଦେଶର ୧୮ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here