ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବଡ ଧକ୍କା । ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସଆଇ । ଏଏସଆଇର ଏହି ସତ୍ୟପାଠ ପରେ ପ୍ରକଳ୍ପର ବିଶ୍ବସନୀୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରକଳ୍ପ ନାଁରେ ହୋଇଥିବା ଖନନ ଦ୍ବାରା ଶ୍ରୀମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣୀ ଜୁନ 20 ତାରିଖରେ ହେବ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏଏସଆଇ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ କାହିଁକି କହି ଆସୁଥିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କିଛି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କଲେ, ଏଏସଆଇ ଅନୁମତି କାହିଁକି ନେଲେନି, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here