ଆଜି ଶୀତଳଷଷ୍ଠୀ ପାଇଁ ବିଭିନ୍ନ ଶୈବପୀଠଗୁଡିକ ଉତ୍ସବମୁଖର ହୋଇପଡିଥିବା ବେଳେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ରାତିରୁ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ଗତକାଲି ସଂଧ୍ୟା 5ଟାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଥିବା ବେଳେ ଆଜି ବି ସକାଳୁ ଶ୍ରୀଲିଙ୍ଗରାଜଙ୍କ କୌଣସି ନୀତିକାନ୍ତି ହୋଇନାହିଁ । ଫଳରେ ଶ୍ରୀଲିଙ୍ଗରାଜଙ୍କ ବିବାହୋତ୍ସବକୁ ନେଇ ଅନିଶ୍ଚିତତା ଲାଗି ରହିଛି । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ନିଯୋଗ ସହ ଆଲୋଚନା କରି ମନ୍ଦିରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here