ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ ସମସ୍ୟା ହୋଇଯାଇଛି । ଏହାକୁ ନେଇ ଏବେ ରାଜନୀତି ବେଶ୍ ସରଗଗରମ ହୋଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଶୁକ୍ରବାର ଠାରୁ ତିନିଦିନ ବ୍ୟାପି ଆନେ୍ଦାଳନ ଆରମ୍ଭ କରିଥିବାବେଳେ ସେପଟେ ଗୃହରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି । ଶାସକ ଦଳର ସଦସ୍ୟମାନେ ଗୃହରେ କେନ୍ଦ୍ର ବିରୁଦ୍ଧରେ ନାରାବାଜି କରୁଥିବାବେଳେ କଂଗ୍ରେସ ମଧ୍ୟ ଶିକ୍ଷକଙ୍କ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଫଳରେ ଗୃହ ଚଳାଇବା କଷ୍ଟକର ହୋଇପଡିଛି । ଏନେଇ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here