ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ପୋଲିସକୁ କିଛି ବି ସୁରାକ୍ ମିଳିନି । କଲେଜରେ ରାଗିଂ ହୋଇଥିବା ସଂପର୍କରେ ମଧ୍ୟ କୌଣସି ତଥ୍ୟ ପାଇନି ପୋଲିସ । ଭୁବନେଶ୍ବର ଡିସିପି କହିଛନ୍ତି, ରୁଚିକା ମୃତ୍ୟୁ ମାମଲାରେ ପୋଲିସ ଏପର୍ଯ୍ୟନ୍ତ 195 ଜଣ ଛାତ୍ରୀଙ୍କୁ ପଚରାଉଚରା କରିସାରିଛି । ସେହିପରି ହଷ୍ଟେଲ ଓ୍ବାର୍ଡେନ ଓ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ମାତ୍ର ଏପର୍ଯ୍ୟନ୍ତ ରାଗିଂ ହୋଇଥିବା ସଂପର୍କରେ କିଛି ସୂଚନା ମିଳି ନ ଥିବା ଡିସିପି କହିଛନ୍ତି ।
ପ୍ରଶ୍ନ ଉଠୁଛି, ଯଦି ପୋଲିସ ଅନୁସନ୍ଧାନ ସତ୍ୟ, ତେବେ ରୁଚିକାଙ୍କ ଭଳି ଜଣେ ମେଧାବୀ ଛାତ୍ରୀ ଆତ୍ମହତ୍ୟା କଲେ କାହିଁକି ? ଆତ୍ମହତ୍ୟା କରିବା ପୂର୍ବରୁ ରୁଚିକା ଲେଖିଥିବା ସୁଇସାଇଡ ନୋଟରେ ଯାହା ଲେଖିଥିଲେ, ତାହା କଣ ମିଛ ? ତିନିଜଣ ଛାତ୍ରୀଙ୍କ ଉତ୍ପୀଡନ ସହି ନ ପାରି ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଲେଖିଥିଲେ । ନା ପୋଲିସ କାହା ଚାପରେ ପଡି ମିଛ କହୁଛି, ତାହା ମଧ୍ୟ ସନ୍ଦେହ ଘେରରେ । ଯେଉଁ ତିନିଜଣ ଛାତ୍ରୀଙ୍କ ରାଗିଂ କଥା ରୁଚିକା ଉଲ୍ଲେଖ କରିଛନ୍ତି, ସେମାନଙ୍କ ବାପାମାନେ କିଏ ? ଯେଉଁ ପ୍ରଭାବଶାଳୀ ବାପାମାନଙ୍କ ଝିଅମାନେ ରାଗିଂ କରିଥିଲେ, ସେମାନଙ୍କ ସଂପର୍କରେ ପୋଲିସକୁ କିଛି ବି ସୁରାକ୍ ମିଳିବନି ।
ପୋଲିସ ତଦନ୍ତରୁ ଲାଗୁଛି, ବରଂ ଗୋଟିଏ ରୁଚିକା ଯାଉ, କିନ୍ତୁ ଗୋଟିଏ ପ୍ରତିଷ୍ଠିତ କଲେଜ ଏବଂ ପ୍ରଭାବଶାଳୀ ବାପାମାନଙ୍କ ଝିଅମାନେ ବଦନାମ ନ ହୁଅନ୍ତୁ ।

LEAVE A REPLY

Please enter your comment!
Please enter your name here