ଭୁବନେଶ୍ୱର ମାଷ୍ଟକ୍ୟାଣ୍ଟିନ୍ ଛକରେ ଥିବା ଗ୍ରିନ୍ ଚିଲି ସିଲ୍ । ୭ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି । ବିଏମସି କମିଶନର ଏବଂ ତାଙ୍କ ଟିମ୍ ସହରରେ ବୁଲି ଅନୁଧ୍ୟାନ କରୁଥିବା ସମୟରେ ଗ୍ରୀନ ଚିଲିରେ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନଜରକୁ ଆସିଥିଲା । ରାଜଧାନୀର ସମସ୍ତ ଦୋକାନୀ ଡଷ୍ଟବିନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେହି ଏହାକୁ ଅମାନ୍ୟ କଲେ ଫାଇନ୍ ଆଦାୟ କରାଯିବ । ଫାଷ୍ଟଫୁଡ ଖାଇବାକୁ ଲୋକଙ୍କ ଭିଡ ଜମିଥାଏ ।