ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ସଡକ ଦୁର୍ଘଟଣା । ପ୍ରତିଦିନ ବହୁ ଲୋକଙ୍କର ପ୍ରାଣହାନି ଘଟୁଛି । ରାଜ୍ୟ ରାଜପଥ ହେଉ ଅବା ଜାତୀୟ ରାଜପଥ ପ୍ରତିଦିନ ଅଜଣା ଗାଡି ଧକ୍କାରେ ଚାଲିଯାଉଛି ମୂଲ୍ୟବାନ ଜୀବନ । ଦୁର୍ଘଟଣା ଉପରେ ରୋକ୍ ଲଗାଇବା ପାଇଁ ସଚିବାଳୟରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ସଡକ ସୁରକ୍ଷା ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଡକ ଦୁର୍ଘଟଣା କିପରି କମ୍ କରାଯିବ । ଗତି ପ୍ରତିରୋଧକ ବ୍ୟବସ୍ତା ଏବଂ ଦୁର୍ଘଟଣା ସ୍ଥାନ ମାନଙ୍କରେ ବ୍ଲାକ ସ୍ପଟ ଚିହ୍ନଟ କରାଯିବାନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ୫୦ ହଜାରର ସହାୟତା ପ୍ରଦାନର କରାଯିବାର ନିଷ୍ପତ୍ତି ନିଆଯାଇଛି । ଏନେଇ ପରିବହନ ନିଗମ ପକ୍ଷରୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ସୂଚନା ଦେଇଛନ୍ତି । ଆଜିର ବୈଠକରେ ସଚିବ କହିଛନ୍ତି ରାଜ୍ୟରେ ଦୁର୍ଘଟଣାର ପରିମାଣ ବୃଦ୍ଧିହେବାର ମୁଖ୍ୟ କାରଣ ମଦ୍ୟପାନ ଏବଂ ମୋବାଇଲ ଜନିତ କାରଣ । ଏବର୍ଷ ରାଜ୍ୟରେ ଦୁର୍ଘଟଣାର ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଯଥାଶିଘ୍ର ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଆଯାଉଥିବା ପରିବହନ ସଚିବ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here