ମାଡିଚାଲ…ଓଃ…ବିୟୁଟିଫୁଲ ଶଦ୍ଦ କହିଲେ ସୁରଙ୍କୁ ହିଁ ବୁଝାଏ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉ ଦେଉ ଏମିତି ଡାଇଲଗ କୁହନ୍ତି ଯାହା ସସସ୍ତଙ୍କୁ ଖୁସି କରାଇଥାଏ । ପାଣି ମାଡିଗଲା ଭଳି ସୁରଙ୍କ ଡାଇଲଗ ବି ବେଶ୍ ଭାଇରାଲ ହୋଇଥାଏ । ଯେକୌଣସି ଖବର ହେଇଥାଉ ନାଁ କାହିଁକି ସୁର ରାଉତରାୟଙ୍କ ପ୍ରତିକ୍ରିୟା ନ ଆଣିଲେ ଖବରର ମଜା ଆସେନି । ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହି ଅବସରରେ ନିଜ ବାସଭବନରେ କର୍ମୀ ଏବଂ ସମର୍ଥକଙ୍କ ଗ୍ରହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ । ବାସଭବନରେ କର୍ମୀ ଏବଂ ସମର୍ଥକମାନେ ପହଁଞ୍ଚି ଫୁଲତୋଡା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here