ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁରସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ 76 ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପଟ୍ଟନାୟକ ଜାତୀୟ ପତାକା ଉତ୍ତେଳନ କରି ସ୍ବାଧୀନତା ଦିବସର ସ୍ମରଣୀୟ ଇତିହାସକୁ ମନେ ପକାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ସହ ଭଲ ମଣିଷ ହେବା ପାଇଁ ଆହ୍ବାନ ଦେଇଥିଲେ । ବିଦ୍ୟାଳୟର ସେକ୍ରେଟାରୀ ଅପୂର୍ବ କୁମାର ମହାନ୍ତି ପିଲାମାନେ ଆସନ୍ତାକାଲିର ଭବିଷ୍ୟତ ଏବଂ ଭାରତର ଅଖଣ୍ଡତା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିଥିଲେ । ଏହି ଅବସରରେ ଦେଶାତ୍ମବୋଧକ ଗୀତ ଆବୃତ୍ତି କରାଯାଇଥିଲା । ବିଦ୍ୟଳୟର କୋଅର୍ଡିନେଟର ଯମୁନା ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ତୃପ୍ତି ମହାପାତ୍ର ସ୍ବାଗତ ସୂଚନା ଦେଇଥିବା ବେଳେ ଶ୍ରାବଣୀ ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here