ଏଣିକି ଏଟିଏମରେ ମିଳିବ ବିୟର. ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ. ଯଦି ଆପଣ ଦିଲ୍ଲୀ କିମ୍ବା ଏହାର ଆଖପାଖରେ ରହୁଛନ୍ତି ତାହାଲେ ଏହା ଆପଣଙ୍କ ପାଇଁ ସବୁଠୁ ବଡ ଖବର. ଦିଲ୍ଲୀ ବିକାଶ ପ୍ରାଧିକରଣ ବିଭିନ୍ନ ଜାଗାରେ ବିୟର ଏଟିଏମ ବସାଇବା ପ୍ରସ୍ତାବ ଶୁକ୍ରବାର ଗଠିତ ବୈଠକରେ ରଖିଥିଲା. ତେବେ ଅବଜେକ୍ସନ ଏବଂ ସଜେସନ ପାଇଁ ବହୁତ ଜଲଦି ଏହାକୁ ସାର୍ବଜନୀନ କରାଯିବ. ଡିଡିଏର ଏକ ଅଧିକାରୀ କହିଛନ୍ତି ଦିଲ୍ଲୀରେ ମାଇକ୍ରୋବ୍ୟୁଅରୀ ଉପରେ ମାଷ୍ଟର ପ୍ଲାନ 2021ରେ ପ୍ରତିବନ୍ଧ ଥିଲା. ଚଳିତ ବର୍ଷ ଏହାକୁ ସଂଶୋଧିତ କରାଯାଇଛି. ଯୋଜନା ଅନୁସାରେ ହୋଟେଲ, ରେସ୍ତୋରାଁ, କ୍ଲବରେ ପାଖାପାଖି 500 ଲିଟର କ୍ଷମତା ବିଶିଷ୍ଟ ମାଇକ୍ରୋବ୍ୟୁଅରୀ ସହ ବେଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଲଗାଯିବାର ନିର୍ଣ୍ଣୟ ମଧ୍ୟ ନିଆଯାଇଛି. କୁହାଯାଏ କି ଦିଲ୍ଲୀରେ ମେ ମାସରୁ ସେପ୍ଟେମ୍ବର ମାସ ଭିତରେ ବିୟରର କମି ଦେଖାଯାଏ. ଗତ ବର୍ଷ ଦିଲ୍ଲୀରେ ଜୁନ ମାସରେ ଅଧିକାଂଶ ହୋଟେଲ ଏବଂ ରେସ୍ତୋରାଁରେ ବିୟର ଷ୍ଟକ ସରିଯାଇଥିଲା. ବିୟର ବିକ୍ରେତା କହିଛନ୍ତି, ଆଗରୁ କେବଳ ଗରମ ଋତୁରେ ହିଁ ବିୟରର ଡିମାଣ୍ଡ ଥିଲା. ହେଲେ ବର୍ତ୍ତମାନ ଡିସେମ୍ବର, ଜାନୁୟାରୀ ଓ ଫେବୃୟାରୀକୁ ଛାଡିଦେଲେ ବାକି ଦିନରେ ଏହାର ଡିମାଣ୍ଡ ବହୁତ ବେଶୀ ରହୁଛି.

LEAVE A REPLY

Please enter your comment!
Please enter your name here