BlackBerry KEY2 LE  ର ଅଫିସିଆଲ ଲଞ୍ଚ୍ ଭାରତରେ ହୋଇଛି. ଏହାକୁ Optimus Infra Com Ltd ଦ୍ୱାରା ଲଞ୍ଚ୍ କରାଯାଇଛି. ଏହାର ନିର୍ମାତା OEM ହୋଇଥିବା ବେଳେ ଏହା ଭାରତରେ BlackBerry ଫୋନ୍ କୁ ବିକ୍ରି କରିଥାଏ. ଏହି ଫୋନ୍ ର ବିକ୍ରି ଅକ୍ଟୋବର 12 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଗ୍ରାହକମାନେ ଏହି ଫୋନ୍ କୁ ଆମାଜନ୍ ମାଧ୍ୟମରେ କିଣିପାରିବେ. ଭାରତ ବଜାରରେ ଏହି ଫୋନ୍ ର ମୂଲ୍ୟ 29,990 ଟଙ୍କା ରହିଛି. ଏହା ଏବେ ବ୍ଲୁ କଲରରେ ଉପଲବ୍ଧ ଥିବାବେଳେ ଏହାର ବିଭିନ୍ନ ରଙ୍ଗ ନଭେମ୍ବରରୁ ଉପଲବ୍ଧ ହେବ ବୋଲି କୁହାଯାଇଛି. ଏଥିରେ 4.5 ଇଞ୍ଚ୍ ର ଫୁଲ୍ ଏଚଡି ଡିସପ୍ଲେ ସହ IPS LCD ମଧ୍ୟ ଦିଆଯାଇଛି ଏବଂ ଏହାର ରେସିଓ ରହିଛି 3: 2. ଏହା ଛଡା ଏଥିରେ 636 କ୍ୱାଲାକମ୍ ସ୍ନାପଡ୍ରାଗନ ପ୍ରୋସେସର ଥିବା ବେଳେ 4 ଜିବି ରାମ ଓ 64 ଜିବି ଷ୍ଟୋରେଜ୍ ମଧ୍ୟ ରହିଛି. ତେବେ କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ 256ଜିବି ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରିବ. ଏହାର ପ୍ରଥମ କ୍ୟାମେରା 13 ମେଗା ପିକ୍ସଲ ଥିବା ବେଳେ ଦ୍ୱିତୀୟ କ୍ୟାମେରା 5 ମେଗାପିକ୍ସଲ ରହିଛି. ଏହା ଛଡା ସେଲଫି କ୍ୟାମେରା 8 ମେଗାପିକ୍ସଲ ରହିବା ସହ ଏଲସିଡି ଫ୍ଲାସ୍ ମଧ୍ୟ ଉପଲବ୍ଧ ଅଛି.

 

 

LEAVE A REPLY

Please enter your comment!
Please enter your name here