ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନରେ ଜିଲ୍ଲାପାଳ ଘାୟଲ । ଅର୍ଥମନ୍ତ୍ରୀଙ୍କ କୌଣସି ପ୍ରଶ୍ନର ସଠିକ ଜବାବ ଦେଇପାରିଲେନି ଜିଲ୍ଲାପାଳ । ଏଥିରେ ଉତ୍ତ୍ୟକ୍ତ ହୋଇପଡିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେଲେଙ୍ଗାନା ଗସ୍ତରେ ଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ବିରକୁସ୍ଥିତ ଏକ ପିଡିଏସ ରାସନ ଦୋକାନ ପରିଦର୍ଶନ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନ ଥିବାରୁ ଜିଲ୍ଲାପାଳ ଜିତେଶ ପାଟିଲଙ୍କୁ ପିଡିଏସ ଚାଉଳରେ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅନୁଦାନ ଅନୁପାତ କେତେ ରହିଛି ବୋଲି ପଚାରିଥିଲେ । ଜିଲ୍ଲାପାଳ କୌଣସି ଉତ୍ତର ଦେଇ ନ ଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ 35 ଟଙ୍କିଆ ଚାଉଳରେ କେନ୍ଦ୍ର ସରକାର 30 ଟଙ୍କା ଏବଂ ରାଜ୍ୟ ସରକାର 4 ଟଙ୍କା ଦେଉଥିବା ବେଳେ ରାସନ ଦୋକାନରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିିନି ବୋଲି ପ୍ରଶ୍ନ କରିଥିଲେ । ସର୍ବସାଧାରଣଙ୍କ ଆଗରେ ଜିଲ୍ଲାପାଳଙ୍କୁ ଅର୍ଥମନ୍ତ୍ରୀ ଗୁଡେଇ ତୁଡେଇ ପ୍ରଶ୍ନ କରିବା ନେଇ ତେଲେଙ୍କାନା ମନ୍ତ୍ରୀ କେ.ଟି ରାମାରାଓ ଆପତ୍ତି ଉଠାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତି ଅର୍ଥମନ୍ତ୍ରୀଙ୍କ ବ୍ୟବହାର ଠିକ୍ ନୁହେଁ ବୋଲି ସେ ଟ୍ବିଟ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here