ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ତେଜୁଛି ପ୍ରତିବାଦର ସ୍ୱର । ଶନିବାର ମହାମହିମ ରାଷ୍ଟ୍ରପତିଙ୍କ ରୂପକୁ ନେଇ ଦେଇଥିବା ମନ୍ତବ୍ୟ ମନ୍ତ୍ରୀଙ୍କୁ ଭାରି ପଡିଛି । ଦେଶବ୍ୟାପୀ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ପ୍ରତିବାଦ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । କଂଗ୍ରେସ ବି ଘଟଣାକୁ ନିନ୍ଦା କରିଛି । ଏହା କେବଳ ରାଷ୍ଟ୍ରପତିଙ୍କ ନୁହେଁ, ଦେଶର ଗାରିମା ପ୍ରତି କୁଠାରାଘାତ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହା ପଶ୍ଚିମବଙ୍ଗ ସରକାରଙ୍କ ରୁଗଣ ମାନସିକତାର ପରିଚୟ ବୋଲି କହିଛନ୍ତି । ତୁରନ୍ତ ମନ୍ତ୍ରୀ ଅଖିଳ ଗିରିଙ୍କୁ ଗିରଫ କରିବାକୁ ଦାବି ଜୋର୍ ଧରିଛି । ସେହିପରି ପଶ୍ଚିମବଙ୍ଗ ସରକାର ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି ହୋଇଛି । ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବା ପରେ କ୍ଷମା ମାଗିଛନ୍ତି ମନ୍ତ୍ରୀ ଅଖିଳ ଗିରି । ତୃଣମୂଳ କଂଗ୍ରେସ ବି ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି ।