ପଦ୍ମପୁର ମଇଦାନ ପ୍ରସ୍ତୁତ । ପ୍ରାର୍ଥୀ ବି ତୟାର ରହିଛନ୍ତି । ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ, କଂଗ୍ରେସର ସତ୍ୟ ଭୂଷଣ ସାହୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବର୍ଷାଙ୍କ ପାଇଁ ପ୍ରଚାର କରିବେ ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ନବ ଦାଶ, ଅତନୁ ସବ୍ୟସାଚୀ , ନିରଞ୍ଜନ ପୂଜାରୀ , ସ୍ନେହାଙ୍ଗୀନି ଛୁରିଆ, ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ମନ୍ତ୍ରୀ, ସାଂସଦ । ସେହିଭଳି ବିଜେପି ବି ପଦ୍ମପୁର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ପ୍ରଚାର ମଙ୍ଗ ଧରିବେ । କଂଗ୍ରେସ ବି ପଦ୍ମପୁର ଫାଇଟ୍ ପାଇଁ ତୟାର । ଆସନ୍ତା ୧୭ ତାରିଖରେ ସତ୍ୟଭୂଷଣ ସାହୁ ନାମାଙ୍କନ ଦାଖଲ କରିବେ । ତାଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ବାହିନୀ ପତି ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇବେ ।

LEAVE A REPLY

Please enter your comment!
Please enter your name here