ପଦ୍ମପୁର ସବଡିଭିଜନକୁ ଜିଲ୍ଲାମାନ୍ୟତା ଦେବା ପାଇଁ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ । ବୈଠକ ଶେଷ ହେବା ପରେ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ସବଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିବ । ଏ ପ୍ରତିଶ୍ରୁତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଏ ପ୍ରତିଶ୍ରୁତି ଦେଇନାହାଁନ୍ତି ନବୀନ ପଟ୍ଟନାୟକ । ବିଜେଡିର ସଭାପତି ଭାବରେ ସେ ପ୍ରତିଶ୍ରୁତି ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ହେବାକୁ ଥିବା ଇସ୍ତାହାରରେ ଏହା ସ୍ଥାନିତ ହେଲା ପରେ ଆନ୍ଦୋଳନରୁ ଓହରିବ କ୍ରିୟାନୁଷ୍ଠାନ କମିଟି ।

LEAVE A REPLY

Please enter your comment!
Please enter your name here