ଭାଇରାଲ ହେଉଛି ଫାଇଲ ଫୋପାଡିବା ଭିଡିଓ । ନିର୍ବାହି ଅଧିକାରୀଙ୍କୁ ଫାଇଲ ଫୋପାଡି ଚର୍ଚ୍ଚାରେ ପୌରାଧ୍ୟକ୍ଷା । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ ଫୋପାଡିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ଫାଇଲ ଫୋପାଡିନାହାଁନ୍ତି ଅଶାଳୀନ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ବାୟୋମେଟ୍ରିକ ମେସିନ ସଂଯୋଗ ଏବଂ ଜିଓ ଟାୱାର ସ୍ଥାପନକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି । ବ୍ୟାସନଗର ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବାକୁ ୱାର୍ଡବାସୀ ପୌରଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କରାଯିବା ପରେ ନିର୍ବାହି ଅଧିକାରୀ ଅଶୋକ ରାଉତ ଅନୁମତି ଦେବା ସହିତ ୮ ନମ୍ବର ୱାର୍ଡର କାଉନସିଲର ଅଶୋକ ଦାଶ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଗତ କରିଛନ୍ତି ।ପରେ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧକ୍ଷ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପୌରନିର୍ବାହି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ଆଉ ଏଥିରେ ରାଗିଯାଇ ଅଶାଳୀନ ବ୍ୟବହାର କରିବା ସହିତ ଅଧିକାରୀଙ୍କୁ ଫାଇଲ ଫୋପାଡିଥିଲେ । ଏହାମଧ୍ୟରେ ନିର୍ବାହୀ ଅଧିକାରୀଙ୍କର ଗତକାଲି ଖଣ୍ଡପଡା ବଦଳି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here