ସୁଉଚ୍ଚ ହୋର୍ଡିଂ ଉପରେ ଚଢି ମୁକ୍ତିକାନ୍ତ ବିଶ୍ୱାଳ ନିଜର ଦାବି ପୂରଣ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି । ନିଜ ଦେହରେ କିଛି ତରଳ ପଦାର୍ଥ ଢାଳି ଆତ୍ମାହୁତିର ଚେତାବନୀ ଦେଉଛନ୍ତି । ତାଙ୍କ ଦାବୀ ହେଉଛି , ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ଯେଉଁ ସବୁ ପ୍ରତିଶ୍ରୁତି ଦେଉଥିଲେ ସେ ପ୍ରତିଶ୍ରୁତି କାହିଁକି ପୂରଣ ହେଉନାହିଁ । ରାଉରକେଲାରେ ସରକାରୀ ମେଡିକାଲକୁ କ୍ୟାପିଟାଲ ହସ୍ପିଟାଲ ହେବା କଥା, କୋଏଲ ନଦୀରେ ବ୍ୟାରେଜ ନିର୍ମାଣ କଥା , ଶୀତଳ ଭଣ୍ଡାର ଏସବୁ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ୨୦୧୩ରୁ ଦେଇଥିଲେ । କିନ୍ତୁ ୨୦୨୨ ହେଇଗଲା କିଛି ହୋଇପାରିଲା ନାହିଁ । ଯେଉଁଥିପାଇଁ ବିଭିନ୍ନ ପ୍ରକଳ୍ପର ମଡେଲ ତିଆରି କରି କାନ୍ଧରେ ବୋହି ବୋହି, ରାସ୍ତାରେ ଚାଲି ଚାଲି ନବୀନ ନିବାସ ଅଭିମୁଖେ ବାହାରିଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଗତ 16 ତାରିଖରେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ସମୟ ଦେଲେନି । ସମୟ ନଦେବାରୁ ଆଜି ଏଭଳି ପ୍ରତିବାଦ କରୁଛନ୍ତି ମୁକ୍ତିିକାନ୍ତ ବିଶ୍ୱାଳ । ଦାବି ପୂରଣ ନ ହେଲେ, ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ସମୟ ନ ଦେଲେ ସେ ଆତ୍ମାହୁତି କରିଦେବେ ବୋଲି କହିଛନ୍ତି ।

ଆମ ପ୍ରତିନିଧିଙ୍କ ସହ ଫୋନ ଯୋଗେ ଆଲୋଚନା ସମୟରେ ଆମ ପ୍ରତିନିଧି ତାଙ୍କୁ ଆତ୍ମହତ୍ୟା ନ କରି ଓହ୍ଲେଇ ଆସନ୍ତୁ, ଦାବି ପୂରଣ ପାଇଁ ମୃତ୍ୟୁ ଏକମାତ୍ର ରାସ୍ତା ନୁହେଁ ବୋଲି କହିବାରୁ ସେ କହିଛନ୍ତି, ଭାଇ, ସରି । ଆଉ ଅଳ୍ପ ସମୟ । ଦାବି ନ ଶୁଣିଲେ ସେ ଆତ୍ମହତ୍ୟା କରିଦେବି । ଓଡିଶାବାସୀ ମତେ କ୍ଷମା କରିଦେବେ ।

LEAVE A REPLY

Please enter your comment!
Please enter your name here