ଦୁନିଆର ସବୁଠୁ ବଡ ନଦୀ ପୋତ ଗଙ୍ଗା ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବାରାଣସୀରୁ ଏହି ପୋତକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 32 ଜଣ ବିଦେଶୀ ପର୍ଯ୍ୟଟକ ଏହି ଜଳମାର୍ଗ ଗଙ୍ଗା ବିଳାସରେ ଯାତ୍ରା କରିବେ । ଉତ୍ତର ପ୍ରଦେଶର ବାରାଣସୀରୁ ଯାତ୍ରା ଆରମ୍ଭ କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । 51 ଦିନରେ ଏହି କୃଜ ମୋଟ 3200 କିଲୋମିଟର ଯାତ୍ରା କରିବ ।
ଦୁନିଆର ଏହି ସର୍ବବୃହତ୍ କୃଜରେ ପଞ୍ଚତାରକା ହୋଟେଲର ବ୍ୟବସ୍ଥା ରହିଛି । ଏହାର ଲମ୍ବ 62 ମିଟର ହୋଇଥିବା ବେଳେ ଚଉଡା 12 ମିଟର ରହିଛି । ଯାତ୍ରା ସମୟରେ ଏହି କୃଜ୍ ଗଙ୍ଗା, ଭାଗିରଥୀ, ଯମୁନା, ବିନ୍ଧ୍ୟାବତୀ ଓ ବ୍ରହ୍ମପୁତ୍ର ନଦୀ ଦେଇ ଯାତ୍ରା କରିବ ।