ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତି ଯୋଦ୍ଧାଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଜନ୍ତରମନ୍ତରରେ ଗତ ତିନି ଦିନ ଧରି କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ଜାରି ରହିଛି । ରେସିଲିଙ୍ଗ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ୍ ଭୂଷଣଙ୍କ ଇସ୍ତଫା ସେମାନେ ଦାବି କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭେଟିଥିଲେ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ରିଜଭୂଷଣ ସିଂ ବିରୋଧରେ ଶାରୀରିକ , ମାନସିକ ନିର୍ଯାତନା ଅଭିଯୋଗ ରହିଛି । ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ସମେତ ୩୦ କୁସ୍ତିଯାଦ୍ଧା ବୁଧବାର କୁସ୍ତି ମହାସଂଘ ଓ ଏହାର ଅଧକ୍ଷ୍ୟ ବ୍ରିଜ୍‌ଭୂଷଣଙ୍କ ଇସ୍ତଫା ଦାବି ପାଇଁ ଧାରଣାରେ ବସିଛନ୍ତି । ମହିଳା କୁସ୍ତି ଯୋଦ୍ଧାଙ୍କୁ ଫେଡେସେନର ସଭାପତି ଓ ଟ୍ରେନର ମାନେ ଯୌନଶୋଷଣ କରୁଛନ୍ତି । ଏହାସହ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here