ଆଜି ଝାରସୁଗୁଡାରେ ହେବ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ । ସକାଳେ ସରକାରୀ ବାସଭବନରେ ପ୍ରିୟ ପରିଜନ ତାଙ୍କ ଶେଷ ଦର୍ଶନ କରିବା ପରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ଦଳୀୟ କର୍ମୀ, ନେତା, ସମର୍ଥକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ବିମାନବନ୍ଦର ନିଆଯାଇ ଏକ ଚପର୍ ଯୋଗେ ଝାରସୁଗୁଡା ପଠାଯାଇଛି । ଝାରସୁଗୁଡାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗକୁ ରାଜ୍ୟ ସରକାର ତିନିଦିନିଆ ଶୋକଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଜାତୀୟ ପତାକା ଅର୍ଦ୍ଧନମିତ ରଖିବାକୁ କୁହାଯାଇଛି । ସମସ୍ତ ସରକାରୀ ମନୋରଂଜନ କାର୍ଯ୍ୟକ୍ରମ ଓ ସଭାସମିତି ବାତିଲ କରାଯାଇଛି ।

ନବ ଦାସଙ୍କ ଅକାଳ ବିୟୋଗ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସବୁଦଳର ନେତା, ବିଧାୟକ, ସାଂସଦ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here