ସୁପ୍ରିମକୋର୍ଟ ଜଜ୍ ଭାବେ ଶପଥ ନେଲେ ୫ ଜଣ ଜଷ୍ଟିସ୍ । ଏହି ୫ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ହୋଇଛି। ୟମ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ରହିବା କଥା। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ପାଞ୍ଚ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ ଅହଶାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ମନୋଜ ମିଶ୍ରା। ସେହିପରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ମଧ୍ୟ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ତିନୋଟି ହାଇକୋର୍ଟ ପାଇଁ ୧୩ଜଣ ବିଚାରପତି ମଧ୍ୟ ନିଯୁକ୍ତ ହୋଇଛନ୍ତି।
ଅଦାଲତର ନୂଆ ଭବନର ଅଡିଟୋରିୟମରେ ଏହି ଶପଥ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here