ନବ ଦାସ ହତ୍ୟା ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ, , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ସନ୍ଦେହ କଲେ । ଉଭୟଙ୍କ ନାଁ ନେଇ ଆରୋପ ଲଗାଇଲେ ଜୟନାରାୟଣ ମିଶ୍ର । ହତ୍ୟାର ୪ ଦିନ ପୂର୍ବରୁ ୫ଟି ସଚିବ, ପ୍ରଣବ ପ୍ରକାଶ ଦାସ କଣ କଥା ହୋଇଥିଲେ । ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଣ କଥାବାର୍ତ୍ତା ହୋଇଥିଲା । ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । କଲ ରେକର୍ଡ ଯାଞ୍ଚ ହେଉ । କିନ୍ତୁ ଏକଥା ଓଡିଶା କ୍ରାଇମବ୍ରାଞ୍ଚ କରିବ ନାହିଁ । ଓଡିଶା ପୋଲିସର ସାହାସ ନାହିଁ କଲ ରେକର୍ଡ ଯାଞ୍ଚ କରିବ । ଓଡିଶା ପୋଲିସ ଏ ଘଟଣାକୁ ସଂପୂର୍ଣ୍ଣ ଚାପି ଦେବାକୁ ବସିଛି । ସେଥିପାଇଁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ । ଏହା ଏକ ସରକାରୀ ପ୍ରାୟୋଜିତ ହତ୍ୟା କହିଲେ ଜୟନାରାୟଣ । ସରକାର ଯେତେବେଳେ ମାରୁଛନ୍ତି , ଏଠି ସାଧାରଣ ଜନତା ଅସୁରକ୍ଷିତ ।

LEAVE A REPLY

Please enter your comment!
Please enter your name here