ପାକିସ୍ତାନ କାବୁଲରେ କରିଛି ବଡ ଧରଣର ଏୟାରଷ୍ଟ୍ରାଇକ। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ଏମିତି କାର୍ଯ୍ୟକୁ ନେଇ କଡା ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ କଡା ବୟାନ ଜାରି କରି କହିଛି ଯେ, ଏହା ଅମାନବୀୟ ଓ ନିନ୍ଦନୀୟ । ଏହା ସହିତ ଅନ୍ତର୍ଜାତୀୟ ସମୁଦାୟକୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । କଡା ନିନ୍ଦା କରିଛି କାବୁଲରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଅନୁସାରେ, ମାର୍ଚ୍ଚ ୧୬ ରାତିରେ ଏକ ମେଡିକାଲରେ ହମଲା ହୋଇଥିଲା, ଏହା କାପୁରୁଷପଣ ଓ ଅମାନବୀୟ ଅଟେ । ଏଥିରେ ୪୦୦ ନିର୍ଦ୍ଦୋଷ ନାଗରିକଙ୍କ ପ୍ରାଣହାନୀ ଘଟିଛି ଏବଂ ୨୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନ ଏହି ଘଟଣାକୁ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି । ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ସିଧାସଳଖ ହମଲା କରିଛି । ଏହା କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ପାଇଁ ଗମ୍ଭୀର ବିପଦ ଉତ୍ପନ କରିପାରେ । ଏହି ପଦକ୍ଷେପ ପାକିସ୍ତାନର ବେପରୁଆ ମନୋଭାବକୁ ଦର୍ଶାଉଛି । ପାକିସ୍ତାନ ସର୍ବଦା ନିଜର ଆଭ୍ୟନ୍ତରୀଣ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ସୀମାରେ ହିଂସାର ସାହାରା ନେଇ ଆସୁଛି । ରମଜାନର ପବିତ୍ର ମାସରେ ଏହି ଧରଣର ହମଲା ଆହୁରି ନିନ୍ଦନୀୟ । ଏହି ସମୟ ଶାନ୍ତି, ଆତ୍ମମନ୍ଥନ ଓ ଦୟାର ହୋଇଥାଏ । ଏମିତିରେ ହସ୍ପିଟାଲ୍ ଓ ରୋଗୀଙ୍କୁ ଟାର୍ଗେଟ୍ କରିବା କୌଣସି ବି ଧର୍ମ କିମ୍ବା ଆଇନତଃ ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here