ବଢିଲା ପାନ ଓ ଆଧାର କାର୍ଡ ଲିଙ୍କ୍ ଅବଧି । ଜୁନ୍ ୩୦କୁ ବଢାଇଲେ କେନ୍ଦ୍ର ସରକାର । ପୂର୍ବରୁ ଏ ମାସ ୩୧ ତାରିଖ ଭିତରେ ପାନ୍ ସହିତ ଆଧାର ଲିଙ୍କ୍ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏହାକୁ ଆଉ ୩ ମାସ ପର୍ଯ୍ୟନ୍ତ ବଢାଯାଇଛି । ଏବେ ଆଧାର ସହିତ ପାନ୍କାର୍ଡ ଲିଙ୍କ୍ କରାଇଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡୁଛି । ଜୁନ୍ ୩୦ ପରେ ଯଦି ଏନେଇ ଚେଷ୍ଟା କରାଯିବ ତାହେଲେ ଫାଇନ୍ ୧୦୦୦ ଟଙ୍କା ଦେବାକୁ ପଡିବ । ଏପରିକି କିଛି କ୍ଷେତ୍ରରେ ପାନ୍ କାର୍ଡ ଅକାମି ବି ହୋଇପାରେ । ଆଧାରକାର୍ଡ ସହ ପାନ୍ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି ଲିଙ୍କ୍ କରିବାକୁ ।