ଓଟିଟି ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ ଡାରି କରିଛନ୍ତି । ଗାଇଡଲାଇନ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ତିନିମାସ ଭିତରେ ନୂଆ ଗାଇଡଲାଇନ୍ କାର୍ଯ୍ୟକାରୀ କରାଯିବ । ଡିଜିଟାଲ ମିଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଆସିବ ଏବଂ ସେଲ୍ଫ କ୍ଲାସିଫିକେସନ ବ୍ୟବସ୍ଥା ରହିବ । ସରକାର ଗଠନମୂଳକ ସମାଲୋଚନାକୁ ସ୍ବାଗତ କରୁଛନ୍ତି । କିନ୍ତୁ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ପୋଷ୍ଟିଂ ତଥା ସୋସିଆଲ ମିଡିଆର ଅପବ୍ୟବହାରକୁ ବରଦାସ୍ତ କରାଯିବନି । ସବୁ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ୍ ରଖିବାକୁ ପଡିବ ଏବଂ ଅଭିଯୋଗ ଆସିଲେ ଚବିଶ ଘଣ୍ଟା ଭିତରେ ଗ୍ରହଣ କରିବା ସହ ପନ୍ଦର ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ପଡିବ । ଓଟିଟି ପାଇଁ ତିନିଥାକିଆ ଯାଞ୍ଚ ବ୍ୟବସ୍ଥା ରହିବ । ଓଟିଟି ପ୍ଲାଟଫର୍ମର ସ୍ବତ୍ତାଧିକାରୀ ନିଜ ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବେ ।
ଓଟିଟିରେ ଚାଇଲ୍ଡ ଲକ୍ ସିଷ୍ଟମ ରହିବ । ଆପତ୍ତିଜନକ ଦୃଶ୍ୟ ଛୋଟ ପିଲାମାନେ ଯେପରି ଦେଖି ନ ପାରିବେ, ସେଥିପାଇଁ ଏହି ବ୍ୟବସ୍ଥା ରହିବ ।
ଡିଜିଟାଲ ନ୍ୟୁଜ୍ ମିଡିଆ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗାଇଡଲାଇନ ଅନୁସରଣ କରିବେ ।
ନୂଆ ଓ୍ବେବସାଇଟ୍ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସାଇଟରେ ପଂଜିକୃତ କରାଯିବ ।
ଅପମାନଜନକ, ଅଶ୍ଳୀଳ, ଶିଶୁଙ୍କ ପାଇଁ କ୍ଷତିକାରକ, ଦେଶର ସଂହତି ବିରୋଧୀ ପୋଷ୍ଟ 36 ଘଣ୍ଟା ଭିତରେ ଅପସାରିତ ହେବ ।
ଡିଜିଟାଲ ସଂସ୍ଥା ବା କଂପାନୀମାନେ ଅଭିଯୋଗ ଗ୍ରହଣ, ସମାଧାନ ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବେ । ମାସକ ଭିତରେ ସମସ୍ୟାର ସମାଧାନ କରିବେ ।
ଓଟିଟି ପ୍ଲାଟଫର୍ମର ପରିଚାଳନା କମିଟି ରହିବ ଏବଂ ସୁପ୍ରିମକୋର୍ଟ ଅଥବା ହାଇକୋର୍ଟ ଅଥବା ଏଭଳି ବର୍ଗର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଏହାର ମୁଖ୍ୟ ରହିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here