ରାଜ୍ୟରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସ୍ବାସ୍ଥ୍ୟସେବା ସହ ଜଡିତ ସମସ୍ତ ଅନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସମସ୍ତ କ୍ଲିନିକ ଓ ଲାବରୋଟାରୀରେ କର୍ମଚାରୀମାନେ ମାସ୍କ ପିନ୍ଧିବେ । ହସପିଟାଲରେ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଥଣ୍ଡା, ଛିଙ୍କ ଲାଗି ରହୁଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଦୈନିକ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।
ସୂଚନାଯୋଗ୍ୟ, ଗତ 70 ଦିନ ଭିତରେ ଦେଶରେ 65 ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ 16 ଜଣ ପ୍ରାଣ ହରାଇଛନ୍ତି । ଆଜି ଦେଶରେ ପ୍ରାୟ ଆଠ ହଜାର ଲୋକ କୋଭିଡ ସଂକ୍ରମିତ ହୋଇଛନ୍ତି ।