ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରି ବେଆଇନ । ଇମ୍ରାନଙ୍କୁ ଗିରଫ କରାଯିବା ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଆସନ୍ତାକାଲି ସକାଳ 10ଟା ସୁଦ୍ଧା ଇମ୍ରାନ ଇସଲାମବାଦ ହାଇକୋର୍ଟରେ ପହଞ୍ଚିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଇମ୍ରାନଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗ ସଂପର୍କରେ ନିଷ୍ପତ୍ତି ହାଇକୋର୍ଟ ନେବେ । ତୁରନ୍ତ ଜେଲରୁ ଖଲାସ କରିବା ପାଇଁ ଇମ୍ରାନ ଖାନ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପାକିସ୍ତାନର ସର୍ବୋଚ୍ଚ ଦୁର୍ନୀତି ନିରୋଧ ସଂସ୍ଥା ନ୍ୟାସନାଲ ଆଣ୍ଟି କରପସନ ବ୍ୟୁରୋ ନାବ୍ ଇମ୍ରାନ ଖାନଙ୍କୁ ଗିରଫ କରିବା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟ ରେଜିଷ୍ଟ୍ରାରଙ୍କ ବିନା ଅନୁମତିରେ କୋର୍ଟ ପରିସରରୁ କାହାକୁ ଗିରଫ କରାଯାଇପାରିବ ନାହିଁ ।
ନାବ୍ ପଦକ୍ଷେପକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଅପରପକ୍ଷରେ ଇମ୍ରାନ କୋର୍ଟଙ୍କୁ କହିଛନ୍ତି, ଜେଲରେ ଥିବା ବେଳେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଏପରିକି ଓ୍ୱାସରୁମ ବ୍ୟବହାର କରିବାକୁ ଦିଆଯାଉ ନଥିଲା । ତାଙ୍କୁ ଏକ ଇଞ୍ଜେକସନ ଦିଆଯାଉଥିଲା, ଯାହାଦ୍ବାରା ତାଙ୍କର ହାର୍ଟ ଆଟାକ୍ ହୋଇଯିବ । ତାଙ୍କୁ ମାରିବା ପାଇଁ ନାବ୍ ଅଧିକାରୀମାନେ ଷଡଯନ୍ତ୍ର କରିଥିବା ପୂର୍ବରୁ ସେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here